Advertisement

Muniguda street vendors struggle to sustain their livelihood

Muniguda street vendors struggle to sustain their livelihood ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ସଦର ମହକୁମାରେ ଥିବା ମୁଖ୍ୟ ବଜାର ମଧ୍ୟରେ ପେଟପାଟଣା ପାଇଁ ଦିନରାତି ସଙ୍ଘର୍ଷ କରୁଥିବା କ୍ଷୁଦ୍ର ନାମମାତ୍ର ବ୍ୟବସାୟୀ, ପରିଦା ବେପାରୀ ଓ ଉଠା ଦୋକାନୀ ମାନଙ୍କ ଅବସ୍ଥା ବଡ ଶୋଚନୀୟ ଓ ବିପଦ ପୂର୍ଣ୍ଣ ଅବସ୍ଥାରେ ଗତି କରୁଛି।ଖରା,ବର୍ଷା,ଶୀତରେ ଏମାନେ ରାସ୍ତା କଡରେ ବସି ବେପାର
କରିଥାନ୍ତି, ଆଉ ମୁନିଗୁଡା ବାସୀଙ୍କୁ ଯୋଗେଇ ଦେଇଥାଆନ୍ତି ସେମାନଙ୍କ ଅତ୍ୟାବଶକୀୟ ସାମଗ୍ରୀ ସବୁକୁ।କେହି କେବେ ସେମାନଙ୍କ ଦୁଃଖ, ନିରାପତ୍ତା ବିଷୟ ଭାବି ନଥାନ୍ତି ।ଏମିତି ଏକ ବିପଦ ସଙ୍କୁଳ ଦୃଶ୍ୟକୁ ଆମ ପ୍ରତିନିଧୀ ପ୍ରଶାସନର ନଜରକୁ ଆଣିବାକୁ ଚେଷ୍ଟା କରିଛନ୍ତି।ମୁନିଗୁଡାର ମୂଖ୍ୟ ବଜାର ମୁନିଗୁଡା ଭବାନୀପାଟଣା ସଡକର ଦୁଇପାର୍ଶ୍ବରେ ଅବସ୍ଥିତ ।ଗୋଟିଏ ପଟ ବଜାର ଦକ୍ଷିଣ ପୂର୍ବ ରେଳ ବିଭାଗକୁ ଶ୍ପର୍ଷ କରୁଛି।ପୁରୁଷ ପୁରୁଷରୁ ଆଜିଯାଏ ଛୋଟଛୋଟ ବେପାର କରି ସ୍ଥାନୀୟ ଲୋକମାନେ ଏହିଠାରେ ସେମାନଙ୍କ ଜୀବନ ଜୀବିକା ଚଳାଇଥାନ୍ତି।ଏମାନଙ୍କ ନିରାପତ୍ତାକୁ ନେଇ କାହାର ନିଘା ନଥାଏ।ପୁରୁଣା ପୋଷ୍ଟ ଅଫିସ ସାମନା ରେଲ୍ବେ ସାଇଟ୍ ରେ ଥିବା ଏକ ଦୋକାନ ଉପରେ ମହ୍ଲା ଚାକୁଣ୍ଡା ଗଛଟି କେବେଠୁ ବଙ୍କେଇକି ଛିଡାହୋଇଛି।ଗଛର ମୂଳ ମାଟି ଖାଇଗଲାଣି।କେତେବେଳେ ଯଦି ମଲା ଗଛଟି ଢଳିପଡେ ବେପାରୀର ବେପାର ସହ ପୁରା ପରିବାର ସ୍ଫାହା ହୋଇଯିବେ।ସବୁ ଦେଖି ନଦେଖିବାର ଅଭିନୟ କରୁଛନ୍ତି ରେଳ ବିଭାଗ ଅଧିକାରୀ।ମଲ୍ଲା ଗଛ ଗୁଡିକୁ ନ କାଟି ବିପଦ ସଂକୁଳ ଅବସ୍ଥାରେ ରାସ୍ତା କଡରେ ରଖିବା ସାଧାରଣ ଧନ ଜୀବନ ପାଇଁ କ୍ଷତିକର ନୂହେଁ କି?ସେହିପରି ମୁନିଗୁଡା ବାଲିଗୁଡା ମୂଖ୍ୟ ସଡକ ଥାନାପାଖ ପରିବା ପେଣ୍ଠରେ ଜଣେ ଗରିବ ବେପାରୀଙ୍କ ଇଲେକ୍ଟ୍ରି ସବ୍ ଷ୍ଟେସନ ତଳେ ବସି ଜୀବନକୁ ପାଣି ଛଡେଇ ପରିବା ବିକୁଛି।ପେଟ ପାଇଁ ପରିବାର ପାଇଁ ଏମାନେ ଜୀବନକୁବି ବାଜି ଲଗେଇ ଦେଉଛନ୍ତି।ଆଉ ସବୁ ଦେଖି ପ୍ରଶାସନ ନିରବ।ଏମାନଙ୍କ ଜୀବନର କ'ଣ କିଛି ମୂଲ୍ୟ ନାହିଁ? ସକାଳୁ ସକାଳୁ ଏମାନଙ୍କ ଠାରୁ ସଜ ପନିପରିବା ନେଲେ ଆମ ଘରେ ଚୁଲି ଜଳେ । ଅଥଚ ଏମାନଙ୍କୁ ସମସ୍ତେ ଭୂଲିଯାଆନ୍ତି।ବ୍ଲକ ପ୍ରଶାସନ ଏହି ପରିବା ବେପାରୀଙ୍କ ପାଇଁ ମାର୍କେଟ କମ୍ପ୍ଲେସର ସ୍ବପ୍ନ ଦେଖେଇ ଦେଖେଇ ଅନେକ ରାତି ତାଙ୍କ ପାହିଦେଲେଣି ସିନା ବାସ୍ତବତା ଅନେକ ଦୂର ଲାଗୁଛି । କେବେ ଏମାନଙ୍କ ଭାଗ୍ୟରୁ ବିପଦ ଟଳିବ ଆଉ କେବେ ଏମାନେ ଥଇଥାନ ସହ ସୁରକ୍ଷିତ ହେବେ ତାହା ବ୍ଲକ ଅଧିକାରୀ ଅବା ଭଗବାନଙ୍କୁ ଜଣା।ଆଉ ଛଣେ ସେହିପରି ବିଦ୍ୟୁତ ସବ ସେଣ୍ଟରର ବିପଦ ତଳେ ,ହନୁମାନ ମନ୍ଦିର ପାଇକସାହି ରାସ୍ତା ଆରପଟେ ବେପାରରେ ବସିଛନ୍ତି।ଗଲା ଲଗାଣ ବର୍ଷାରେ ବିଦ୍ୟୁତ ତାର ଶଂଷ୍ପର୍ଷରେ ଆସି ଜଣେ ବ୍ୟକ୍ତି ବସଷ୍ଟାଣ୍ଡ ପାଖ କୁଡିଆ କଡରେ ମରିଯାଇଥିଲା।ଏ ବିପଦ ଘଟିବ ବୋଲି ଆମ ପ୍ରତିନିଧୀ ବିଜୁଳି ବିଭାଗ ଯନ୍ତ୍ରୀଙ୍କୁ ପୂର୍ବରୁ ଶତର୍କ କରାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା କାରଣରୁ ଏକ ଅମୂଲ୍ୟ ଜୀବନ ଚାଲିଯାଇଥିଲା। ଏଇଭଳି ମୁନିଗୁଡା ବସଷ୍ଟାଣ୍ଡ, ରେଳ ଷ୍ଟେସନ ପାଖ,ମୂଖ୍ୟ ବଜାର,ବଡଦାଣ୍ଡ ବଜାର ସବୁଠି ଅସୁରକ୍ଷିତ ଅବସ୍ଥା ମଧ୍ୟରେ ଛୋଟଛୋଟ ବେପାରୀମାନେ ପେଟପାଟଣା ପାଇଁ ନିଜ ଜୀବନକୁ ବାଜି ଲଗାଇ ବେପାର ବଜାର କରି ଚାଲିଛନ୍ତି।କେବେ ସୁଧୁରିବ ଏ ହତଭାଗ୍ୟଙ୍କ ଭାଗ,କେବେ ସୁରକ୍ଷିତ ଭାବେ ଏମାନେ ନିଜ ନଜର ବେପାର କରିବେ ଆଉ କେବେ ବ୍ଲକ୍ ପ୍ରଶାସନ ଏମାନଙ୍କୁ ଏକ ସୁରକ୍ଷିତ ବ୍ୟବସାୟିକ କମ୍ପ୍ଲେକ୍ସ ଯୋଗାଇ ଦେହେ ତାହା କେବଳ ପ୍ରଶାସନକୁ ଜଣା।ଏମାନଙ୍କ ଜୀବନ ଜୀବିକା ସୁରକ୍ଷିତ ରହୁ ଏହାହିଁ ମୁନିଗୁଡା ସାଧାରଣ ଜନତାଙ୍କ ଇଛା ଓ ଅନୂରୋଧ।

#odishatimes,#odisha time,#kalahandi news,#odisha news,Muniguda street vendors struggle to sustain their livelihood,

Post a Comment

0 Comments